ଓଡ଼ିଶା 365 (ବ୍ୟୁରୋ): ଶୀତଦିନ ଆସିଲେ ପ୍ରାୟତଃ ଲୋକମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଯାଏ। ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତ ବସ୍ତ୍ର ପିନ୍ଧିବା ସହ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରନ୍ତି। ହେଲେ ଏଥର ଶୀତରେ ଶରୀରକୁ ଗରମ ରଖିବା ଏବଂ ସୁସ୍ଥ ରଖିବା ପାଇଁ ନିଜ ଡାଇଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ। ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ପୋଷକ ତତ୍ତ୍ଵ ମିଳିବା ସହ ଶରୀରକୁ ଗରମ ରଖିବ । ଏହି ସୁପର ଫୁଡ୍ ଖାଇବା ଦ୍ଵାରା ଶୀତଦିନେ ସଂକ୍ରମଣ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ ଖୁବ୍ କମ୍ ରହିଛି।
ଶୀତ ଦିନେ ଏହି ଖାଦ୍ୟ ଶରୀର ପାଇଁ ଲାଭଦାୟକ:
ସାକରକନ୍ଦ: ଶୀତଦିନେ ପ୍ରାୟତଃ ସାକରକନ୍ଦ ମିଳେ। ଏଥିରେ ଥିବା ପୋଷକତତ୍ତ୍ଵ ଶରୀରକୁ ଶକ୍ତି ଯୋଗାଏ। ସାକରକନ୍ଦରୁ ଫାଇବର, ଭିଟାମିନ୍-ଏ, ଏବଂ ପୋଟାସିୟମ୍ ପ୍ରଚୁର ମାତ୍ରାରେ ମିଳେ। ନିୟମିତ ଭାବରେ ଏହାକୁ ଖାଇବା ଦ୍ଵାରା ଶରୀରରେ ଇମ୍ୟୁନିଟି ବଢେ।
ବିଟ୍: ବିଟ୍ରେ ଏଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହାକୁ ଖାଇବା ଦ୍ଵାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନାକୁ ହ୍ରାସ କରିଥାଏ। ଏଥିରୁ ଭିଟାମିନ୍-ଏ ଏବଂ ଭିଟାମିନ୍-କେ ମିଳେ। ବିଟ୍ ପତ୍ର ମଧ୍ୟ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ହାଡ଼କୁ ମଜଭୁତ ରଖେ ଏବଂ ହଜମ ପ୍ରକ୍ରିୟା ବଢାଏ।
ଖଜୁରୀ: ଖଜୁରୀ ଏକ ଲୋ ଫ୍ୟାଟ୍ ଫୁଡ୍। ଏହା ଖାଇବା ଦ୍ଵାରା ମୋଟା ହେବାର ସମସ୍ୟା ହୁଏ ନାହିଁ। ଜିମ୍ ଯାଉଥିବା ଲୋକଙ୍କ ପାଇଁ ଖଜୁରୀ ଏକ ଜରୁରୀ ଖାଦ୍ୟ। ଏହାକୁ ପ୍ରତିଦିନ ଖାଇଲେ ଶରୀର ଗରମ ରୁହେ।