ଓଡ଼ିଶା 365 (ବ୍ୟୁରୋ): ଆଗକୁ ଆସୁଛି ଦୀପାବଳି । ଏଥିପାଇଁ ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଚାଲିଛନ୍ତି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ପ୍ରଦେଶର ପ୍ରଗତିରେ ଯୋଗଦାନ ଦେଉଥିବା ସମସ୍ତ ରାଜ୍ୟ କର୍ମଚାରୀ, ସହାୟକ ଶିକ୍ଷାଗତ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ, ସହରୀ ସଂସ୍ଥା, ୟୁଜିସି କର୍ମଚାରୀ ଏବଂ ପେନଶନଭୋଗୀଙ୍କୁ ମୌଳିକ ବେତନର ୪୬% ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସେହିଭଳି ସମସ୍ତ ରାଜ୍ୟ କର୍ମଚାରୀ ( କାର୍ୟ୍ୟ ଚାର୍ଜ କର୍ମଚାରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଦୌନିକ ବେତନ କର୍ମଚାରୀଙ୍କୁ ୩୦ ଦିନର ଇମୋଲ୍ୟୁମେଣ୍ଟ (ସର୍ବାଧିକ ସୀମା ୭,୦୦୦) ବୋନସ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ସବୁ ସରକାରୀ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।