ଓଡ଼ିଶା 365 (ବ୍ୟୁରୋ): ପଞ୍ଜାବରେ ଆପ୍ ବିଧାୟକଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନେତା କେନ୍ଦ୍ରୀୟ ଏଜେନ୍ସିର ସ୍କାନରକୁ ଆସିଛନ୍ତି । ଏହାରି ଭିତରେ ପଞ୍ଜାବରେ ଆଉ ଜଣେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ସମସ୍ୟା ବୃଦ୍ଧି ପାଇଛି। ଇଡି ବିଧାୟକ ଜସୱନ୍ତ ସିଂ ଗଜନ ମଜ୍ରାଙ୍କୁ ଗିରଫ କରିଛି। ଜସୱନ୍ତ ସିଂ ଗଜନ ମଜ୍ରା ଅମରଗଡର ବିଧାୟକ।
ଶ୍ରମିକମାନଙ୍କ ସହ ଏକ ବୈଠକ କରୁଥିବାବେଳେ ଗଜନ ମଜ୍ରାଙ୍କୁ ଇଡି ଗିରଫ କରିଥିଲା। ବର୍ତ୍ତମାନ ଇଡି ଦଳ ତାଙ୍କୁ ଜଲନ୍ଧରକୁ ନେଇ ଯାଉଛନ୍ତି। ବିଧାୟକ ୪୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏଜେନ୍ସି ପୂର୍ବରୁ ଅନେକ ଥର ଯାଞ୍ଚ କରିସାରିଛି।
ଏହାପୂର୍ବରୁ ଇଡି ସେପ୍ଟେମ୍ବର ମାସରେ ଜସୱନ୍ତ ସିଂ ଗଜନ ମଜ୍ରାଙ୍କ ଘରେ ଚଢାଉ କରିଥିଲା। ଇଡି ଅଧିକାରୀମାନେ ତାଙ୍କ ଘରେ ପ୍ରାୟ ୧୪ ଘଣ୍ଟା ଧରି ଚଢାଉ କରିଥିଲେ। ମାଜ୍ରା କହିଛନ୍ତି ଯେ ଇଡି ଟିମ୍ ତାଙ୍କ ଘରୁ ୩୨ ଲକ୍ଷ ଟଙ୍କା ଏବଂ ତିନୋଟି ମୋବାଇଲ୍ ଫୋନ୍ ନେଇଛି।