ଓଡ଼ିଶା 365 (ବ୍ୟୁରୋ): ଜାରି ରହିଛି ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ । ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଆମେରିକା ଏହି ଆକ୍ରମଣକୁ ଖୋଲାଖୋଲି ନିନ୍ଦା କରି ତାହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି ।
କେବଳ ଏତିକି ନୁହେଁ ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲ ଗସ୍ତ କରି ନିଜର ସମର୍ଥନ ଜଣାଇଛନ୍ତି । ସହାୟତା ଦେବକୁ ଆମେରିକା ଇସ୍ରାଏଲ ସୀମା ନିକଟରେ ନିଜର ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ କରିଛି ।