ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀ-ଏନସିଆରରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଗତ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ ଭୂକମ୍ପ ଘଟିଛି, ଯେଉଁ କାରଣରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ଏବଂ ସେମାନେ ନିଜ ଘର ଏବଂ କାର୍ୟ୍ୟାଳୟରୁ ବାହାରି ଖାଲି ପଡିଆରେ ଏକାଠି ହୋଇଥିକା ଦେଖିବାକୁ ମିିଳିଥିଲା । ଅପରାହ୍ନ ୪:୧୮ ରେ ଏହି ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୫.୬ ଥିଲା । ଏହାର କେନ୍ଦ୍ର ନେପାଳ ଏବଂ ଗଭୀରତା ୧୦ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।
ଗତକାଲି ମଣିପୁରର ଚୁରାଚାନ୍ଦପୁରରେ ୩.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନଏସସି) କହିଛି ଯେ ଅପରାହ୍ନ ୫:୪୨ ରେ ପୃଥିବୀ କମ୍ପିତ ହୋଇଛି। ଏଥି ସହିତ, ପୂର୍ବ ଦିନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଏହାପୂର୍ବରୁ ଶୁକ୍ରବାର ଦିନ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଯୋଗୁଁ ଦିଲ୍ଲୀ-ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ଏବଂ ଉତ୍ତର ଭାରତର ଅନ୍ୟ କେତେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା।