ଓଡ଼ିଶା 365(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (BMC)କୁ ରାଜ୍ୟ ମାନବାଧିକାର କମିଶନ(OHRC) ଛାଟ। ମଞ୍ଚେଶ୍ୱର ନିକଟରେ ଆବର୍ଜନା ଗଦାକୁ ନେଇ ବିଏମସିକୁ ରିପୋର୍ଟ ତଲବ କରିଛି ରାଜ୍ୟ ମାନବାଧିକାର କମିଶନ। ଯେଉଁଥିରେ ଡିସେମ୍ବର ୧୧ ତାରିଖ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କହିରଖୁ କି, ମଞ୍ଚେଶ୍ୱର ନିକଟରେ ଆବର୍ଜନା ଗଦାକୁ ନେଇ OHRCଙ୍କ ଦ୍ୱାରସ୍ତ ହୋଇଥିଲେ ମଞ୍ଚେଶ୍ୱର ରେଲୱେ କଲୋନୀର ଜଣେ ବାସିନ୍ଦା। BMC ଦ୍ୱାରା ମଞ୍ଚେଶ୍ୱର ଅଞ୍ଚଳରେ ଆବର୍ଜନା ଗଦା କରାଯାଉଛି। ଯାହାଫଳରେ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବାର ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତର ସହ ନେଇ ନୋଟିସ କରିଛନ୍ତି OHRC । ଡିସେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।