ଓଡ଼ିଶା 365 (ବ୍ୟୁରୋ): ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଯିଏ କି ଦମଦାର ଅଭିନୟ ସହ ଷ୍ଟାଇଲିସ୍ ନଜରରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି । ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏହାସହିତ ରଶ୍ମିକାଙ୍କୁ ଖୁବଶୀଘ୍ର ରଣବୀର କପୁରଙ୍କ ସହିତ ଫିଲ୍ମ ଆନିମଲରେ ଦେଖିବାକୁ ମିଳିବ। ଯାହା ବର୍ତ୍ତମାନ ଚର୍ଚ୍ଚା ହେଉଛି । ହେଲେ ଏହାରି ମଧ୍ୟରେ ରଶ୍ମିକାଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରଶ୍ମିକାଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ନକଲି ଭିଡିଓ ଦେଖିବା ପାରେ X ର ଅନେକ ୟୁଜର୍ସ ରାଗିବା ସହିତ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି ।
ଖବର ମୁତାବକ, ଏହି ଭିଡିଓ ମେଡାସ୍ ସାହୁ ନାମକ ଜଣେ X ୟୁଜରଙ୍କ ଆକାଉଣ୍ଟରୁ ସେୟାର ହୋଇଛି । ଏଥିରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ଯାହାକୁ ୟୁଜର୍ସମାନେ ନିିନ୍ଦା କରିଛନ୍ତି । ଏହି ଭିଡିଓ ଦେଖି ଅନେକ ୟୁଜର୍ସ କହିଛନ୍ତି ଯେ, ଏହା ଏକ ଇଓ ଜେନେରେଟ୍ ଭିଡିଓ ଏବଂ ଏଥିରେ ଦେଖାଯାଇଥିବା ମହିଳା ରଶ୍ମିକା ନୁହଁନ୍ତି । ଆଉ ଜଣେ ବ୍ୟବହାରକାରୀ କହିଛନ୍ତି ଯେ, ଏହି ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ଜାରା ପଟେଲ, ସେ ଜଣେ ବ୍ରିଟିଶ ଭାରତୀୟ ଝିଅ । ଯାହାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ଅଛନ୍ତି ୪ ଲକ୍ଷ ୧୬ ହଜାର ।
ସୂଚନା ମୁତାବକ,ଏହି ଭିଡିଓଟି ପ୍ରଥମେ ଜାରାଙ୍କ ଦ୍ୱାରା ଅକ୍ଟୋବର ୯ ରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ରଶ୍ମିକାଙ୍କ ଏହି ନକଲି ଭିଡିଓ ସେୟାର ହେବା ପରେ, ବଲିଉଡର ବିଗ୍ ବି ମଧ୍ୟ ସେୟାର କରିଥବା ଲୋକଙ୍କ ବିରୁଧରେ କଡ଼ା ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।