ଓଡ଼ିଶା 365 (ବ୍ୟୁରୋ): ଦ୍ଵିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଅମଲା ପଲ୍ । ବହୁ ଆଡମ୍ବର ସହିତ ନିଜ ବୟଫ୍ରେଣ୍ଡ ଜଗତ ଦେଶାଇଙ୍କୁ ଜୀବନସାଥୀ ସାତ ଫେରା ନେଇଛନ୍ତି ଅମଲା । ବିବାହ ପରେ ଉଭୟ ଯୋଡି ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରିବା ପରେ ନବଦମ୍ପତିଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏହି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ଖବର ମୁତାବକ, ଏହି ବିବାହର ଥିମ୍ ଥିଲା ବାଇଗଣୀ ରଙ୍ଗ । ବ୍ରାଇଡାଲ ଲୁକ୍ ପାଇଁ ଅମଲା ହାଲ୍କା ବାଇଗଣୀ ରଙ୍ଗର ୱେଷ୍ଟର୍ଣ୍ଣ ଲେହେଙ୍ଗା ସହ ବେକରେ ନେକଲେସ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ । ସେହିପରି ଜଗତ ଦେଶାଇ ଧଳା ଏବଂ ହାଲ୍କା ବାଇଗଣୀ ରଙ୍ଗର ଶେରୱାନି ପରିଧାନ କରି ବହୁତ ହ୍ୟାଣ୍ଟସମ୍ ଦେଖାଯାଉଥିଲେ ।
ସୂଚନା ଅନୁଯାୟୀ, ଅମଲା ପଲଙ୍କର ଏହା ଦ୍ୱିତୀୟ ବିବାହ । ୨୦୧୪ରେ ତାମିଲ ନିର୍ଦ୍ଦେଶକ ଏଏଲ୍ ବିଜୟଙ୍କୁ ସେ ବାହା ହୋଇଥିଲେ । ହେଲେ ଏହି ବିବାହ ଅଧିକ ଦିନ ଧରି ତିଷ୍ଠି ନଥିଲା । ୨୦୧୭ରେ ଉଭୟଙ୍କର ଛାଡପତ୍ର ହୋଇଥିଲା ।