ଓଡ଼ିଶା 365 (ବ୍ୟୁରୋ): କୁହାଯାଏ ବାପା ଥିଲେ ପୁଅ ସଭାରେ ହାରେନି। ବାପା ଥିଲେ ମୁଣ୍ଡ ଉପରେ ଛାତ ଥିଲା ପରି ଲାଗେ। ହେଲେ ସେହି ଆଜି ପାଲଟିଛି ଗୋଟେ ବାପାର ହତ୍ୟାକାରୀ। ଘରୋଇ କଳହରୁ ବାପାକୁ ବାଡ଼େଇ ବାଡ଼େଇ ମାରିଦେଇଛି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୁନ୍ଦରଗଡ ବଣାଇ ଉପଖଣ୍ଡ ମହୁଲପଦା ଥାନା ଫୁଲଝର ଗାଁ ଚାଳାସାହିରେ ।
ମୃତକ ହେଉଛନ୍ତି ପଦୁ ମୁଣ୍ଡା। ଗତକାଲି ରାତିରେ ପୁଅ ଚକ୍ର ମୁଣ୍ଡା ସହ ବାପା ପଦୁ ମୁଣ୍ଡାଙ୍କ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ପୁଅ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ବାପାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟଲୋକ ମହୁଲପଦା ପୋଲିସକୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଘଟଣା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ପୋଲିସ ଓ ରାଉରକେଲା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।