ଓଡ଼ିଶା 365 (ବ୍ୟୁରୋ): ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ୩ ଦିନ ହେବ ଜେଲରେ ଅଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ। ଗତକାଲି ରବିବାର ଥିବାରୁ ଆଜି ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣି କୋର୍ଟରେ ହେବ। ଏଥିପାଇଁ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
କହିରଖୁ କି, ଗତ ଶୁକ୍ରବାର ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା’ର ପ୍ରିମିୟର ପାଇଁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧି ଭୁବନେଶ୍ବର ଶ୍ରୀୟା ହଲ୍ଠାରେ ପହଞ୍ଚିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଦେବସ୍ମିତାକୁ, ଟୁଟୁ ନାୟକ ଠେଲି ଦେବା ସହ ଗାଲକୁ ଚାପୁଡ଼ା ମାରିଥିରିଲେ ବୋଲି ଦେବସ୍ମିତା ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ଏହି ପ୍ରସଙ୍ଗରେ ବେଶ୍ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା। ମାମଲାରେ ଶନିବାର ଓଡ଼ିଶା ୱିମେନ୍ ଇନ୍ ମିଡିଆର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ତେବେ ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରି ମହିଳା କମିଶନ ପୋଲିସ୍ କମିଶନରଙ୍କୁ ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିର୍ଦ୍ଦେଶ ଦେଇଥିଲେ । ଟୁଟୁ ନାୟକଙ୍କ ବିରୋଧରେ ଦଫା ୩୫୪ (ମହିଳାଙ୍କୁ ଅସଦାଚରଣ), ୩୪୧ (ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶ୍ଳୀଳ ଭାଷାରେ ଗାଳି) ଆଦି ଦଫା ଲଗାଯାଇଛି ।