ଓଡ଼ିଶା 365 (ବ୍ୟୁରୋ): ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ । କୋରାପୁଟ ନିର୍ବାଚନ ମଣ୍ଡଳୀର ୨୦୧୪ ନିର୍ବାଚନର ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ରଘୁରାମ। ତେଙ୍କର ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ତେବେ କାର୍ଯ୍ୟାନୁଷ୍ଠାନ ନେଇ ରଘୁରାମ କହିଛନ୍ତି ଯେ, ସେ ଦଳ ପାଇଁ କାମ କରୁଥିଲେ। ପୂର୍ବରୁ ଦଳ ଯାହା ଦାୟିତ୍ଵ ଦେଇଛି ସବୁ ନିଷ୍ଠାର ସହ କରିଛନ୍ତି। ତେବେ ତାଙ୍କ ସଙ୍ଗଠନ ଦେଖି ଦଳର ଜଣେ ବିଧାୟକ ରାଜ୍ୟ ସଙ୍ଗଠନ ନିକଟରେ ଏଭଳି ପ୍ରରୋଚନା କରିଛନ୍ତି। ବର୍ତମାନ ତାଙ୍କ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ପଚାରିବାରୁ ସେ ସଙ୍ଗଠନ କାର୍ଯ୍ୟ ବନ୍ଦ କରିବେ ନାହିଁ। ଅନ୍ୟ କୌଣସି ଦଳ ଆମନ୍ତ୍ରିତ କଲେ ଚିନ୍ତା କରିବେ ବୋଲି କହିଛନ୍ତି।