ଓଡ଼ିଶା 365 (ବ୍ୟୁରୋ): ସାପ ବିଷ ଶୋଷି ଗୁରୁତର ମହିଳା ଗୁଣିଆ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା। ଉକ୍ତ ଗାଁର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକ ବିଭିନ୍ନ ଉପାୟରେ ବିଷ କାଢିବାକୁ ଚେଷ୍ଟା କରିଥିଲେ ମାତ୍ର ବିଫଳ ହୋଇଥିଲେ । ଶେଷରେ ବାଧ୍ୟ ହୋଇ ଗାଁ ଜଣେ ମହିଳା ଗୁଣିଆଙ୍କ ପାଖକୁ ଯାଇଥିଲେ ।
ତେବେ ମହିଳା ଗୁଡିଆ ଜଣକ ସାପ ବିଷ କାଢିବାକୁ ଯାଇ ନିଜେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ମହିଳା ଗୁଣିଆଙ୍କ ଝଡାଫୁଙ୍କାରେ ଝୁନୁରାଣୀ ଭଲ ନହୋଇ ମୃତ୍ୟୁବରଣ କରିଛନ୍ତି ।