ଓଡ଼ିଶା 365(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଝଣଝଣା ଗାଁରେ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର। ମୃତ ମହିଳା ହେଲେ ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀ। ସେ ବିଲକୁ ଯାଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ସେହି ଗାଁର ମିନତି ଦେହୁରୀ ବିଷ ଝାଡ଼ାଇବାକୁ ଆସି ଝୁନୁରାଣୀଙ୍କଠାରୁ ବିଷ ଶୋଷିଥିଲେ। ମାତ୍ର ଏହାର କିଛି ସମୟ ପରେ ଝୁନୁରାଣୀ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବିଷ ଶୋଷିଥିବା ମିନତି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।