ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ନଜରରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି ରଜନୀକାନ୍ତ । ୨.୦, ଚନ୍ଦ୍ରମୁଖୀ, କାଲା ଭଳି ଚଳଚ୍ଚିତ୍ର ତାଙ୍କୁ ଏହି ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଚଳିତ ବର୍ଷ ରଜନୀକାନ୍ତଙ୍କ ଆଉ ଏକ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହୋଇଥିଲା। ଦର୍ଶକମାନଙ୍କ ମନକୁ ବି ବେଶ୍ ଛୁଇଁଥିଲା । ଏହି ଫିଲ୍ମ ରଜନୀକାନ୍ତଙ୍କୁ ଆଉ ଏକ ସଫଳତାର ସିଡି ଚଢ଼ାଇଥିଲା । ଏହି ଫିଲ୍ମ ପାଇଁ ସେ ଅନେକ ପୁରଷ୍କାର ଏବଂ ଉପହାର ମଧ୍ୟ ପାଇଥିଲେ । ଏହାରି ଭିତରେ ରଜନୀକାନ୍ତ ପାଇଁ ଏକ ଖୁସି ଖବର ଆସିଛି । ରଜନୀକାନ୍ତ ଏସିଆର ହାଇଷ୍ଟେ ପେଡ୍ ଅଭିନେତା ହୋଇପାରିଛନ୍ତି। ଏହାର କାରଣ ହେଉଛି ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ତାଙ୍କର ମହଙ୍ଗା ଫିସ୍। ଏହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଖବର ମୁତାବକ, ବର୍ତ୍ତମାନ ସୁପରଷ୍ଟାର ରଜନୀକାନ୍ତଙ୍କ ହାତରେ ଏବେ ଦୁଇଟି ବଡ଼ ପ୍ରୋଜେକ୍ଟ ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ‘ଥାଲାଇଭର୍ ୧୭୧’, ଯେଉଁଠାରୁ ସୁପରଷ୍ଟାରଙ୍କ ଫି ସମ୍ବନ୍ଧୀୟ ସୂଚନା ପ୍ରକାଶ ପାଇଛି। ଫିଲ୍ମ ‘ଥାଲାଇଭର୍ ୧୭୧’ ପାଇଁ ୨୬୦-୨୮୦ କୋଟି ଟଙ୍କା ଚାର୍ଜ କରିଛନ୍ତି ରଜନୀକାନ୍ତ । ଯଦି ତାଙ୍କ ଇଚ୍ଛାନୁଯାୟୀ ଫି’ ତାଙ୍କୁ ମିଳିଯାଏ ତେବେ ସେ ଏସିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ ପରିଣତ ହେବେ । ରଜନୀକାନ୍ତ ଏସୀୟ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବା ଏହା ପ୍ରଥମ କଥା ନୁହେଁ। ଏହାପୂର୍ବରୁ ସେ ସେ ଅନେକ ଅଭିନେତାଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି ।