ଓଡ଼ିଶା 365 (ବ୍ୟୁରୋ): ଆଜିଠୁ କୋରାପୁଟ ଜିଲ୍ଳା ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ। ଭୁବନେଶ୍ୱରରୁ ଜୟପୁରକୁ ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ବିମାନ ଚଳାଚଳ କରିବ। ବିମାନଟି ଭୁବନେଶ୍ୱରରୁ ସକାଳ ୭ଟାରେ ଛାଡ଼ିବା ପରେ ଜୟପୁରରେ ୮ଟା ୪୫ ମିନିଟରେ ପହଞ୍ଚିବ। ୯ ଘଣ୍ଟା ପରେ ଜୟପୁରରୁ ବାହାରି ଭୁବନେଶ୍ୱର ଆସିବ।
ତେବେ ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ବିମାନ ଅବତରଣ ପାଇଁ ୨୫୦ କୋଟି ଟଙ୍କା ବଜେଟରେ ଏୟାରପୋର୍ଟ ନିର୍ମାଣ ଚାଲିଥିବା କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା।