ଓଡ଼ିଶା 365 (ବ୍ୟୁରୋ): ବଢୁଛି ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀର ବାୟୁ ଏତେ ପ୍ରଦୂଷିତ ହେଲାଣି ଯେ, ନିଶ୍ୱାସ ନେବାଧ୍ଧ୍ କଷ୍ଟକର ହୋଇପଡ଼ିଛି । ସବୁଠୁ ବଡ଼ କଥା ହେଉଛି, ଏହାକୁ କେମିତି ରୋକାଯାଇପାରିବ, ତାକୁ ନେଇ ବର୍ତ୍ତମାନ ସମସ୍ତଙ୍କର ଚିନ୍ତା ବଢିଛି । ଗତ ଚାରି ଦିନ ହେବ ରାଜଧାନୀକୁ ଅଣନିଶ୍ୱାସୀ କରି ଦେଇଛି ବାୟୁ ପ୍ରଦୂଷଣ । ସୁଇସ ଗ୍ରୁପ ତଥ୍ୟ ଅନୁସାରେ ରବିବାର ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ ।
ରବିବାର ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୧ରେ ପହଂଚିଥିବା ରେକର୍ଡ ହୋଇଥିଲା । ସକାଳ ୭ଟା ୩୦ରେ ଏକ୍ୟୁଆଇ ୪୮୩ ରହିଥିଲା । ପ୍ରଦୂଷଣକୁ ଦେଖି ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ବିଶ୍ୱ ଏକ୍ୟୁଆଇ ତଥ୍ୟ ଅନୁସାରେ ଦୁନିଆର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ଟି ସହର ରହିଛି । ଏକ୍ୟୁଆଇ ୪୮୩ ସହ ଦିଲ୍ଲୀ ଶୀର୍ଷ ସ୍ଥାନରେ ରହିଛି । କୋଲକାତାରେ ୨୦୬, ମୁମ୍ବାଇରେ ୧୬୨ ରହିଛି । ଯାହା ସମସ୍ତଙ୍କୁ ଚତିକ କରିଦେଇଛି ।