ଓଡ଼ିଶା 365 (ବ୍ୟୁରୋ): ମନପସନ୍ଦର ଜଳଖିଆ କଥା କହିଲେ ସିଙ୍ଗଡ଼ାର ଖୋଜା ଆଗେ ପଡେ଼ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ସିଙ୍ଗଡ଼ାର ସ୍ୱାଦ ଚାଖିଛନ୍ତି । କିନ୍ତୁ ଆଫ୍ରିକୀୟ ଦେଶରେ ସିଙ୍ଗଡ଼ାର ସ୍ୱାଦ କଥା ଛାଡ଼ନ୍ତୁ ସେ ଦେଶରେ ମାଟିରେ ପହଁଚିପାରିନି । କାରଣ ସୋମାଲିଆରେ ସିଙ୍ଗଡ଼ା ଖାଇବା, ତିଆରି କରିବା ଏବଂ ବିକ୍ରି କରିବା ନିଷିଦ୍ଧ । କେହି ଘରେ କେହି ଲୁଚିଛପି ଏହି ଖାଦ୍ୟଟି ତିଆରି କରିପାରିବେ ନାହିଁ । ଯଦିଓ ୨୦୧୧ ପୂର୍ବରୁ କେହି କେହି ଏହି ଲୋକପ୍ରିୟ ସ୍ନାକ୍ସର ସ୍ୱାଦ ନେଇଥିଲେ କିନ୍ତୁ ୨୦୧୧ ମସିହା ପରଠାରୁ ସେ ଦେଶରେ ସଂପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଗଲା ।
କେବଳ ସିଙ୍ଗଡ଼ା ନୁହେଁ, ଯେକୈାଣସି ତ୍ରିଭୁଜାକାର ଖାଦ୍ୟ ସେ ଦେଶରେ ନିଷିଦ୍ଧ । କାରଣ ସେ ଦେଶରେ ମୈାଳବାଦୀ ଧର୍ମଗୁରୁମାନଙ୍କର ବିଶ୍ୱାସ ଅନୁସାରେ ତ୍ରିଭୁଜାକାର ବସ୍ତୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ପବିତ୍ର । ସେଠାକାର ଧର୍ମଗୁରୁ ମାନେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କୁ ସଦ୍ୟ କରିପାରନ୍ତି ନାହିଁ । ତେଣୁ ସିଙ୍ଗଡ଼ା ଖାଇବା ସେଠାରେ ନିଷିଦ୍ଧ । ଯିଏ ଏହି ନିୟମ ଅମାନ୍ୟ କରିଥାଆନ୍ତି ତାଙ୍କୁ କଡ଼ା ଶାସ୍ତି ମିଳିଥାଏ । ସିଙ୍ଗଡ଼ା ବ୍ୟତୀତ ତ୍ରିକୋଣାକାର ପେଷ୍ଟ୍ରି, ପେଟିସ୍ ଅନ୍ୟ କୈାଣସି ସ୍ନାକ୍ସ ସେ ଦେଶରେ ଦେଖିବାକୁ ମିଳେ ନାହିଁ ।