ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିରର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ। ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀ ରଞ୍ଜନ ଦାସ । ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଲେଜର ସ୍କାନିଂ ପାଇଁ ଏଏସଆଇ ଅନୁମତି ମାଗିଥିଲା । ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇଛି ।
କାର୍ତ୍ତିକ ବ୍ରତ ଚାଲୁଥିବାରୁ ଏବେ ଭକ୍ତଙ୍କର ଭିଡ ରହୁଛି । ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଲେଜର ସ୍କାନିଂ ପାଇଁ ଏଏସଆଇ ନିଷ୍ପତ୍ତି ନେବ ।