ଓଡ଼ିଶା 365 (ବ୍ୟୁରୋ): ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ପ୍ରଦୀପ । କୋର୍ଟରେ ପାଠକ ବାପ-ପୁଅ ବି ହାଜର ହୋଇଛନ୍ତି ।
ଟାଟାରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ଓ ପାଠକ ବାପ-ପୁଅ । ଏହାପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଜେଲରେ ଦୀର୍ଘ ଦିନ ରହିବା ପରେ ୧୨ ଜୁନ୍ ୨୦୨୧ରେ ସର୍ତ୍ତମୂଳକ ଭାବେ ଜେଲ୍ରୁ ମୁକୁଳିଥିଲେ ପ୍ରଦୀପ। ଠକେଇ, ଜାଲିଆତି ଭଳି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ ପ୍ରଦୀପ । ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ