ଓଡ଼ିଶା 365(ବ୍ୟୁରୋ): ମାତ୍ର ୩୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଅଭିନେତ୍ରୀ ହୁମୈରା ହିମୁ । ନଭେମ୍ବର ୨ ତାରିଖରେ ତାଙ୍କୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ବେକରେ ହାଲକା ଚିହ୍ନ ଦେଖିବାକୁ ମିଳିଥିଲା ବୋଲି ଡାକ୍ତର ପୋଲିସକୁ ସୂଚନା ଦେଇଛନ୍ତି । ହେଲେ କିପରି ଏବଂ କେମିତି ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେପଟେ ମୃତ୍ୟୁର କାରଣ ଜଣାପଡିବା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ।
ସୂଚନା ଅନୁଯାୟୀ, ଅଭିନେତ୍ରୀ ହୁମୈରା ୨୦୧୧ରେ ଫିଲ୍ମ ‘ଅମର ବନ୍ଧୁ ରାଶେଦ’ରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ବାରି ବାରି ସାଡି ସାଡି, ହାଉସଫୁଲ, ଗୁଲଶନ ଆଭେନ୍ୟୁ ଭଳି ଅନେକ ଟିଭି ସିରିଅଲରେ କାମ କରିଛନ୍ତି ।