ଓଡ଼ିଶା 365 (ବେୟୁରୋ): ବାରହା ଫାଶରେ ପଡ଼ି ଯୁବକର ମୃତ୍ୟୁ । ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ଇଲେକ୍ଟ୍ରି ଫାସରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା କାଶିପୁରର ମହତପୁଟ୍ ଖୁରୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ଅକ୍ଟୋବର ୨୦ ତାରିଖରୁ ଉକ୍ତ ଗ୍ରାମର ବିଶେଶ୍ୱର ମାଝୀ ନାମକ ଯୁବକ ନିକଟ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଏହାପରେପରିବାର ଓ ଗ୍ରାମବାସୀ ଗାଁ ଆଖ ପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ଶେଷରେ ନିଖୋଜ ଥିବା ନେଇ କାଶିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ କାଶିପୁର ପୋଲିସ୍ ଓ ଟିକିରି ପୋଲିସ୍ ଗାଁକୁ ଯାଇ ତଦନ୍ତ କରିଥିଲେ ।
ତଦନ୍ତରୁ ଜଣାପଡ଼ିଛି ଯେ, ବାରାହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ ତାରରେ ଲାଗି ବିଶ୍ୱେଶର ମୃତ୍ୟୁ ହେଲା ପରେ ତାଙ୍କୁ ପ୍ରମାଣ ନଷ୍ଟ ପାଇଁ ଗାତ ଖୋଳି ପୋତି ଦେଇଛି ଶୀକାରୀ। ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରି ସେହି ଗ୍ରାମର ଦୁଇ ଜଣକୁ କାଶିପୁର ଥାନରେ ଅଟକ ରଖି ପଚରା ଉଚରା କରୁଛି ।