ଓଡ଼ିଶା 365 (ବ୍ୟୁରୋ): ଅନେକ ଥର ପକ୍ଷୀ କିମ୍ବା ପାରା ଆପଣଙ୍କ ଘରର ଛାତ ଉପରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଜ ବସା ତିଆରି କରନ୍ତି। ଘରର ଅପରିଷ୍କାର ହେବା ଭୟରେ ଆମେ ପ୍ରାୟତଃ ସେମାନଙ୍କ ଘଉଡାଇ ଦେଇଥାଉ। କିନ୍ତୁ ଆପଣ ବୋଧହୁଏ ଜାଣନ୍ତି ନାହିଁ ଘରେ ଏହିପରି ପକ୍ଷୀମାନଙ୍କର ଆସିବା ଅନେକ ଶୁଭ-ଅଶୁଭ ପ୍ରଭାବ ଆଣିଥାଏ ।
ଘରେ ପାରା ବସା ତିଆରି କରିବା ଦ୍ୱାରା ଅଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ ପରିବାରର ସୁଖ-ଶାନ୍ତି ଭଙ୍ଗ ହେବା ସହ ଘରେ ଦାରିଦ୍ର୍ୟତା ଆସିଥାଏ। ପାରା ବସା ତିଆରି କରିବା ଦ୍ୱାରା ଘରେ ମଇଳା ହୋଇଥାଏ ଏବଂ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ଯଦି ପାରା ବେଳେବେଳେ ଘରେ ଆସି ଘୁମୁରୁ ଥାଏ ତେବେ ଏହା ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ। ସକାଳେ ପାରା ଘରକୁ ଆସିବା ଧନ ଲାଭର ସଙ୍କେତ ହୋଇଥାଏ।
ଯଦି ଆପଣ ପାରା ଦାନା ଖାଉଥିବାର ଦେଖନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ଘରେ ଧନ ବୃଦ୍ଧି ହେବାକୁ ଯାଉଛି। ଏହା ଘରେ ସୁଖ-ଶାନ୍ତି ବଢ଼ାଇଥାଏ । ତେବେ ଛାତ ଉପରେ ପାରାକୁ ଖାଇବାକୁ ଦେବା ପରିବର୍ତ୍ତେ ବାଲକୋନିରେ ଖାଦ୍ୟ ଏବଂ ପାଣି ରଖନ୍ତୁ। ଏପରି କରିବା ଦ୍ୱାରା ବୁଧ ଗ୍ରହ ଆପଣଙ୍କ ପରିବାର ଉପରେ ଶାନ୍ତି ହୋଇଥାନ୍ତି ।