ଓଡ଼ିଶା 365 (ବ୍ୟୁରୋ): ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକାଙ୍କ ବିବାଦ ମାମଲାରେ ଆବେଦନକୁ ଅଗ୍ରାହ୍ୟ କରିଦେଲେ ହାଇକୋର୍ଟ। ସବ ରେଜିଷ୍ଟ୍ରାରଙ୍କ ନିକଟରେ ବିଚାରାଧୀନ ମାମଲାରେ ଆଗାମୀ ଶୁଣାଣି ଆସନ୍ତା ୭ ତାରିଖରେ ହେବ। ଏହି ଦିନ ସମସ୍ତ ପକ୍ଷଙ୍କୁ ହାଜର ହେବାକୁ ନୋଟିସ କରିଛନ୍ତି ସବ ରେଜିଷ୍ଟ୍ରାର।
ସୂଚନାଥାଉକି, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ କଟକ ସବ ରେଜିଷ୍ଟ୍ରାର ଅଫିସରେ କଟକ ଅରୁଣଦୟ ନଗର ନିବାସୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ପାଇଁ ଆବେଦନ କରିବା ପରେ ବାନ୍ଧବୀ ସୋମାଲିକା ଦାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଜୟ ଶଙ୍କରଙ୍କ ଅନ୍ୟତ୍ର ବିବାହ ଆବେଦନ ଉପରେ ରୋକ ଲଗାଇବାକୁ ସେ ଆବେଦନ କରିଛନ୍ତି। କଟକ ସଵ ରେଜିଷ୍ଟ୍ରାରଙ୍କୁ ପକ୍ଷ କରି ମାମଲା ଦାୟର କରିଛନ୍ତି ସୋମାଲିକା। ତାଙ୍କ ସହିତ ଧୋକା କରିଥିବା ନେଇ ଅଭିଯୋଗ ପତ୍ର ଦାଖଲ କରିଥିଲେ ସୋମାଲିକା।