ଓଡ଼ିଶା 365 (ବ୍ୟୁରୋ): ମହାରାଷ୍ଟ୍ରର ରାୟଗଡରୁ ଏକ ବଡ ଖବର ଆସିଛି। ଏଠାରେ ମହାଡ଼ ଏମଆଇଡିସିର ଏକ ଔଷଧ ଉତ୍ପାଦନକାରୀ କମ୍ପାନୀରେ ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି।
ଶୁକ୍ରବାର ବ୍ଲୁ ଜେଟ ହେଲଥ କେୟାରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନଡିଆରଏଫ ଦଳ ଶେଷରେ ସେଠାରେ ପହଞ୍ଚିଥିଲେ। ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଚାଲିଛି। ଏକ ରିପୋର୍ଟ ଅନୁଯାୟୀ, ଘଟଣା ସମୟରେ କମ୍ପାନୀରେ ଉପସ୍ଥିତ ଥିବା ୧୧ ଜଣଙ୍କର କୌଣସି ସୂଚନା ମିଳୁନି ।