ଓଡ଼ିଶା 365 (ବ୍ୟୁରୋ): ଛତିଶଗଡ଼ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଛି । ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସିଏମ୍ ଭୁପେଶ ବାଘେଲଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି। ସ୍ମୃତି ଇରାନୀ କହିଛନ୍ତି, ‘ମନି ଲଣ୍ଡରିଂ ମାମଲାରେ ଶୁଭମ୍ ସୋନି ତାଙ୍କ ଲିଖିତ ବିବୃତ୍ତିରେ କହିଛନ୍ତି ଯେ ମହାଦେବ ଆପ୍ ର ପ୍ରମୋଟର୍ କହିଛନ୍ତି ଯେ ଭୁପେଶ ବାଗେଲଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦିଆଯାଇଛି।’
ସ୍ମୃତି ଇରାନୀ କହିଛନ୍ତି, ଭୁପେଶ ବାଗେଲ ଜୀ କ୍ଷମତାରେ ଥିବାବେଳେ କଳ୍ପନା ଜଳ୍ପନାର ଏକ ବଡ଼ ଖେଳ ଖେଳୁଛନ୍ତି। ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ବଡ଼ ଖୁଲାସା ହୋଇଥିଲା। ସୀମା ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫.୩୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଆଜି ମୁଁ କିଛି ପ୍ରଶ୍ନ ପଚାରିବାକୁ ଚାହେଁ, ‘ଏହା ସତ କି ଅସୀମ ଦାଶ ଶୁଭ ସୋନିଙ୍କ ମାଧ୍ୟମରେ ଛତିଶଗଡରେ କଂଗ୍ରେସ ନେତାମାନଙ୍କୁ ଟଙ୍କା ପଠାଉଥିଲେ?