ଓଡ଼ିଶା 365 (ବ୍ୟୁରୋ): ଜାରି ରହିଛି ବିଶ୍ୱକପ୍ ମହାସମର । ଭାରତ ଲଗାତର ଭାବେ ତାର ବିଜୟ ଧାରା ବଜାୟ ରଖିଛି । ଏହାରି ଭିତରେ ଭାରତକୁ ଲାଗିଛି ଏକ ଶକ୍ତ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ୍-୨୦୨୩ରୁ ବାହାର ହୋଇଛନ୍ତି। ଆହତ ସମସ୍ୟା ପାଇଁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ସେମି ଫାଇନାଲରେ ଦଳକୁ ଫେରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଥିଲେ। ମାତ୍ର ଶେଷରେ ନିରାଶ ହୋଇଛନ୍ତି ପ୍ରଶଂସକ। ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡିଥିବାବେଳେ ତାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି ହୋଇଛି। ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏଥିଯୋଗୁ ମ୍ୟାଚ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ ଏହି ଷ୍ଟାର କ୍ରିକେଟର ଜଣଙ୍କ। କିନ୍ତୁ ସମସ୍ୟାରୁ ମୁକୁଳି ନପାରିବା କାରଣରୁ ଶେଷରେ ବାଦ୍ ପଡିଛନ୍ତି।
ତେବେ ଟିମରୁ ହାର୍ଦ୍ଦିକ ଆଉଟ୍ ହେବା, ଟିମ୍ ପାଇଁ ବଡ଼ ଝଟକା । ସେ ଜଣେ ବ୍ୟାଟର ଓ ବୋଲର ଭାବେ ଟିମ୍ ପାଇଁ ବେଶ୍ ଉପଯୋଗୀ ଥିଲେ । ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ସ୍ଥାନ ନେଇପାରିବେ କି ନାହିଁ। ତାହା ଟିମ୍ ପାଇଁ କେତେ ଫାଇଦା ହେବେ,ଏନେଇ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରଶଂସକ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି ।