ଓଡ଼ିଶା 365 (ବ୍ୟୁରୋ): ବଲିଉଡର ଚକୋଲେଟ୍ ବୟ ରଣବୀର କପୁର । ଯିଏ କି ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକରେ ସେ ଦର୍ଶକମାନଙ୍କ ହୃଦୟରେ ରାଜ କରନ୍ତି । ହେଲେ ଆପଣ ଜାଣନ୍ତି କି, ପିଲାଦିନରୁ ରଣବୀର ଏକ ରୋଗରେ ପୀଡିତ ଅଛନ୍ତି। ତାଙ୍କର ଏହି ରୋଗଟି ବହୁତ କ୍ୱଚିତ୍ ଲୋକଙ୍କଠାରେ ଦେଖିବାକୁ ମିଳେ । ଏହି କାରଣରୁ ରଣବୀର ବହୁତ ଶୀଘ୍ର ଶୀଘ୍ର ଖାଦ୍ୟ ଖାଆନ୍ତି ଏବଂ ଉଚ୍ଚ ସ୍ବରରେ କଥାବାର୍ତ୍ତା ହୁଅନ୍ତି ।
‘ନାଜାଲ ସେପ୍ଟମ’ ଏହି ରୋଗରେ ରଣବୀର କପୁର ପିଲାଦିନରୁ ଯନ୍ତ୍ରଣା ଭୋଗୁଛନ୍ତି । ଏଥିପାଇଁ ତାଙ୍କୁ ଶ୍ୱାସକ୍ରିୟା ନେବାରେ ଅସୁବିଧା, ଘୁଙ୍ଗୁଡି ମାରିବା ଏବଂ ସାଇନସ ସମସ୍ୟାରେ ଅସୁବିଧା ସୃଷ୍ଟି ହୋଇଥାଏ ।
ଏହି ବିରଳ ରୋଗ ‘ନାସାଲ ସେପ୍ଟମ’ ଖୁବ୍ କମ ଲୋକଙ୍କ ମଧ୍ୟରେ ଦେଖାଯାଇଥାଏ । ଏହି ରୋଗରେ ନାକ ହାଡ ସାମାନ୍ୟ ବଙ୍କା ହୋଇଯାଏ, ଯେଉଁଥିପାଇଁ ନିଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ । ଏହି ରୋଗର ଲକ୍ଷଣ ଅତ୍ୟନ୍ତ ଗମ୍ଭୀର ନୁହେଁ। ଅବଶ୍ୟ କେତେକ କ୍ଷେତ୍ରରେ ବାରମ୍ବାର ସାଇନସ ସଂକ୍ରମଣ ହେବାର ଆଶଙ୍କା ଥାଏ। ୨୦୦୯ରେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ, ରଣବୀର ମନା କରିଦେଇଥିଲେ ଏବଂ ତାଙ୍କ ବଙ୍କା ନାକକୁ ନେଇ ସେ ବହୁତ ଖୁସି ବୋଲି କହିଥିଲେ।