ଓଡ଼ିଶା 365 (ବ୍ୟୁରୋ): ପୁଣି ଭୂକମ୍ପରେ ଥରିଲା ନେପାଳ । ଭୂକମ୍ପର ତୀବ୍ରତା ଥିଲା ୬.୪ । ପ୍ରାଥମିକ ସୂଚନା ଆଧାରରେ ଏବେ ସୁଦ୍ଧା ୧୨୮ ରୁ ଅଧିକ ନେପାଳରେ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଆହୁରି ବଢିବ ବୋଲି ସୂଚନା ରହିଛି । ଅନେକ ଘର ମଧ୍ୟ ଦବି ଯାଇଛି । ଅନେକ ଲୋକ ଏହି ସବୁ ଘର ତଳେ ଚାପି ହୋଇ ରହିଥିବା ସୂଚନା ରହିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।
ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ୩୩୧ କିଲୋମିଟର ଉତର-ପଶ୍ଚିମରେ ୧୦ କିଲୋମିଟର ଭୂତଳରେ ଥିଲା । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଉଦ୍ଧାର କାର୍ୟ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୧୫ ରେ ନେପାଳରେ ୭.୮ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା ।