ଓଡ଼ିଶା 365 (ବ୍ୟୁରୋ) : ବଜାରରେ ଦୁଇ ପ୍ରକାରର ଗାଜର ଦେଖାଯାଏ । ଗୋଟିଏ ଲାଲ ରଙ୍ଗର ଓ ଅନ୍ୟଟି ହାଲକା ଗୋଲାପୀ ରଙ୍ଗ ଗାଜର। ବଜାରକୁ ଏଥରକ ନୂଆ କରି କଳା ରଙ୍ଗର ଗାଜର ଆସିଛି। ପୋଷକତତ୍ତ୍ବରେ ଭରପୂର କଳା ଗାଜର । ଏହି ଗାଜରରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହୁଛି । ତେଣୁ ଶରୀର ପାଇଁ ଉପକାରୀ କଳା ଗାଜର କଳା ଗାଜରରେ ଆନ୍ଥୋସିଆନିନ୍ ଥିବାରୁ ତାହାକୁ ଖାଇଲେ କର୍କଟ ରୋଗ ହେବା ଆଶଙ୍କା କମିଥାଏ । ତେଣୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଅନ୍ୟ ରଙ୍ଗ ଗାଜର ପରି କଳା ଗାଜର ଖାଇଲେ ମଧ୍ୟ ଆଖିର ଜ୍ୟୋତି ବଢ଼େ ।
କଳା ଗାଜର ଖାଇଲେ ଓଜନ ବି କମ୍ ହେଉଥିବା ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି । କଳା ଗାଜର ଖାଇବା ଦ୍ୱାରା ହୃଦ୍ରୋଗୀଙ୍କ ଶରୀରରେ କିଛି ମାତ୍ରାରେ ପରିବର୍ତ୍ତନ ଦେଖାଦେଇଥାଏ । ତେଣୁ ହୃଦ୍ରୋଗୀ ମାନେ ନିୟମିତ ଜଳା ଗାଜର ଖାଇବା ଆବଶ୍ୟକ ।