ଓଡ଼ିଶା 365 (ବ୍ୟୁରୋ) : ଅଣ୍ଡାରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଅର୍ଥାତ୍, ବୁଦ୍ଧିମତ୍ତା ବଢ଼ାଇବାରେ ଅଣ୍ଡାର ଭୂମିକା ରହିଛି। ‘ବୁଦ୍ଧିମତ୍ତା ଓ ଅଣ୍ଡା’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଯେଉଁମାନଙ୍କର ବୁଦ୍ଧିମତ୍ତାରେ ତାରତମ୍ୟ ଲକ୍ଷ୍ୟ କରାଯାଇଥିଲା, ସେମାନଙ୍କୁ ନିୟମିତ ଅଣ୍ଡା ଖାଇବାକୁ ସେମାନେ ପରାମର୍ଶ ଦେଇଥିଲେ।
କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାର ପ୍ରଭାବ ବୁଦ୍ଧିମତ୍ତା ଉପରେ କିପରି ପଡୁଛି ତାହାକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବରେ ଅଣ୍ଡା ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ବଢ଼ୁଥିବାର ସେମାନେ ଜାଣିବାକୁ ପାଇଥିଲେ ।