ଓଡ଼ିଶା 365 (ବ୍ୟୁରୋ) : ଜାମୁକୋଳି ଶରୀର ପାଇଁ ବହୁ ଉପକାରୀ । ଏଥିରୁ ମିଳୁଥିବା ମିନେରାଲ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ଏହାକୁ ଖାଇଲେ ରକ୍ତଚାପ, ମଧୁମେହ, ପେଟରୋଗ ପରି ଅନେକ ରୋଗ ଭଲ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ। ମୁଠାଏ ଜାମୁକୋଳିରେ ୭ ଗ୍ରାମ ଶର୍କରା ରହିଛି ।
ଡାକ୍ତରଙ୍କ ମତ ଅନୁଯାୟୀ, ଜାମୁକୋଳି ଶରୀର ପାଇଁ ଯେତିକି ଲାଭଦାୟକ ତା’ର ମଞ୍ଜି ମଧ୍ୟ ସେତିକି ଲାଭଦାୟକ। ଜାମୁକୋଳିରେ ଭିଟାମିନ୍ ‘ଏ’ ଏବଂ ‘ସି’ ଭରି ରହିଛି । ଜାମୁକୋଳି ମଞ୍ଜି ଖାଇଲେ ପାଚନକ୍ରିୟା ଠିକ୍ ରଖିବା ସହ ନାନା ରୋଗ ନିୟନ୍ତ୍ରିତ ହୋଇଥାଏ ।