ଓଡ଼ିଶା 365 (ବ୍ୟୁରୋ): ପ୍ରଯୋଜକ ସଂଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ପିଛା ଛାଡ଼ୁନି ବିବାଦ । ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ମାଡ଼ ମାରିଥିବା ନେଇ ଆସିଲା ସଂଗୀନ ଅଭିଯୋଗ। ଏନେଇ ଖାରବେଳ ନଗର ଥାନାରେ ଚୁଟୁ ନାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ସାମ୍ବାଦିକା ।
କହିରଖୁ କି, ସାମ୍ବାଦିକାଙ୍କ ଏତଲା ମୁତାବକ ସାମ୍ବାଦିକା ଜଣକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । ପ୍ରଯୋଜକ କାହିଁକି ମାଡ଼ ମାରିଲେ, ତାହା ଜଣାପଡ଼ିନଥିବା ବେଳେ ମହିଳା ସାମ୍ବାଦିକ ଜଣକ ଥାନାରେ ଏନେଇ ଏତଲା ଦେଇଛନ୍ତି । ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।