ଓଡ଼ିଶା 365 (ବ୍ୟୁରୋ): ହଷ୍ଟେଲକି ମୋବାଇଲ ଅନୁମତି ନଥିବାବେଳେ ଛାତ୍ରଙ୍କ ହାତରେ ମୋବାଇଲ ଦେଖି ଛଡ଼ାଇ ନେଲେ ହଷ୍ଟେଲ କର୍ତ୍ତୃପକ୍ଷ । ଭୟରେ ମାନସିକ ସ୍ଥିତି ହରାଇ ଶେଷରେ ଜୀବନ ହାରିଦେଲେ ଛାତ୍ର । ଏପରି ଅଭାବନୀୟ ଘଟଣାର ଖବର ଆସିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଅଞ୍ଚଳରୁ। ମୃତ ଛାତ୍ରଜଣଙ୍କର ଘର ଗଜପତି ଜିଲା ହୁମାରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଛାତ୍ରଜଣକ ଖୋର୍ଦ୍ଧା ଟାଉନର ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିଲେ । ସେ ଗତ ଷଷ୍ଠ ଶ୍ରେଣୀରୁ ଉକ୍ତ ସ୍କୁଲର ହଷ୍ଟେଲରେ ରହି ପଢ଼ି ଆସୁଛନ୍ତି। ସ୍କୁଲ ହଷ୍ଟେଲ ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନାହିଁ। ମାତ୍ର ଗତ ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏହାଦେଖି ତୁରନ୍ତ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଏହାପରେ ଆଜି ସକାଳେ ଉକ୍ତ ଛାତ୍ରଙ୍କ ମୃତଦେହ ହଷ୍ଟେଲ ପରିସରର ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ସହପାଠୀ ଦେଖିବାକୁ ପାଇଥିଲେ। ପୁଲିସ, ମାଜିଷ୍ଟ୍ରେଟ ଏବଂ ସାଇଣ୍ଟଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି।