ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଉଦ୍ୟମ ହେଲା ସଫଳ। ଖୁବଶୀଘ୍ର ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବୀ ମା’ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ଅର୍ଥମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।
ଉଲେଖ ଥାଉକି, ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଠାବ ହୋଇଥିଲା । ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ନିରୀକ୍ଷା ପରେ, ସେହି ପ୍ରତିମାଟି ଯାଜପୁର ଦର୍ପଣଗଡର ଅଧିଷ୍ଠାତ୍ରୀ ଦେବା ମାଆ କୋଟ୍ରାକ୍ଷୀଙ୍କ ମୂର୍ତି ବୋଲି ଏଏସଆଇ ଜାଣିବାକୁ ପାଇଥିଲା । ସେହି ପ୍ରତିମା ନୂଆ ଦିଲ୍ଲୀ ଏୟାର କାର୍ଗୋର କଷ୍ଟମ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥିବା ଜଣାପଡିଥିଲା । ଏହା ପରେ ମୂର୍ତିକୁ ଫେରାଇ ଦେବା ପାଇଁ ଗତ ଜୁଲାଇ ମାସ ୧୪ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ ଧର୍ମେନ୍ଦ୍ର। ଏହି ମୂର୍ତି ୨୦୨୧ ଜାନୁଆର ମାସରେ ଦର୍ପଣଗଡ ଗାଁ ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ବଡଚଣା ଥାନାରେ ଏତଲା ଦିଆଯାଇଥିଲା ।