ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହେବା ବିରୋଧରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ସଞ୍ଜୟ ସିଂଙ୍କ ଜାମିନ୍ ଆବେଦନକୁ ୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।
ଗିରଫ କେବଳ ଆଇନ ଆଧାରରେ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ତଦନ୍ତକାରୀ ସଂସ୍ଥା ରାଜନୈତିକ ଆଧାରରେ କାମ କରୁଥିବା ଅଭିଯୋଗ ହୋଇପାରିବ ନାହିଁ। ଦୀର୍ଘ ଦିନ ଧରି ପଚରାଉଚରା ପରେ ସଞ୍ଜୟ ସିଂଙ୍କୁ ଅକ୍ଟୋବର ୪ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସିଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି।
ଇଡି ଅଭିଯୋଗ କରିଛି ଯେ ଏକ୍ସାଇଜ୍ ପଲିସିରେ କିଛି ଡିଲରଙ୍କୁ ଅନୁକମ୍ପା ଏବଂ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଟଙ୍କା ନିଆଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆପ୍ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସୁଛି।