ଓଡ଼ିଶା 365 (ବ୍ୟୁରୋ): ରିଜର୍ଭ ବ୍ୟାଙ୍କରେ ୨ ହଜାର ଟଙ୍କା ବଦଳାଇବା ପାଇଁ ଆଜି ବି ଲାଗିଛି ମଜୁରିଆଙ୍କ ଲମ୍ବାଧାଡ଼ି। ଉକ୍ତ ଘଟଣାକୁ ଗୁରୁତର ସହ ନେଇଛି ଅର୍ଥନୈତିକ ଅପରାଧୀକ ଶାଖା ବା ଇଓଡବ୍ଲୁ। କଳାଟଙ୍କା ବଦଳ ନେଇ ଚର୍ଚ୍ଚା ପରେ ଇଓଡବ୍ଲୁ ଓ ଇଡି ଆରବିଆଇକୁ ଯାଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛନ୍ତି । ଆରବିଆଇରୁ ୪ ଦିନର ସିସିଟିଭି ଫୁଟେଜ ଓ ତଥ୍ୟ ନେଇଛି । ଟଙ୍କା ବଦଳ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ସେନେଇ ତନାଘନା ଚାଲିଛି । ଯେଉଁ ଲୋକମାନେ ବାରମ୍ବାର ଟଙ୍କା ଜମା ଓ ବଦଳ କରୁଥିବେ, ସେମାନଙ୍କ ତାଲିକା କରାଯିବ । ଯଦି ଜମା ବା ବଦଳ ଅର୍ଥ ସନ୍ଦେହଜନକ ଥିବ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜେରା କରାଯିବ । ତେବେ ଆଉ ଇଓଡବ୍ଲୁର ଏଭଳି ତନାଘନା ପରେ ଏବେ ବିଭିନ୍ନ ମହଲରେ ଛାନିଆ ପଶିଛି ।
ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ ପୂର୍ବରୁ ମାତ୍ର ୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିବା ବେଳେ ଏବେ ଏହା ୨୫-୩୦ ପ୍ରତିଶତକୁ ବଢିଛି । ଗତକାଲି ୧୪୦ଜଣ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିଛନ୍ତି ।