ଓଡ଼ିଶା 365 (ବ୍ୟୁରୋ): ସୁପ୍ରିମକୋର୍ଟରେ ପହଞ୍ଚିଛି ଆପ୍ ନେତା ରାଘବ ଚଡ୍ଡାଙ୍କ ନିଲମ୍ବନ ପ୍ରସଙ୍ଗ । ଆପ୍ ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦୀପାବଳି ଛୁଟି ପରେ ଆଗାମୀ ୨୦ ନଭେମ୍ବରରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ମାମଲାର ଆଗାମୀ ଘଟଣାକ୍ରମ ସମ୍ପର୍କରେ କୋର୍ଟଙ୍କୁ ସୂଚନା ଦେବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କୁହାଯାଇଛି।
ମାମଲାର ଶୁଣାଣି ପ୍ରଧାନ ବିଚାରପତି କହିଥିଲେ ଆମକୁ ଏହା ଧ୍ୟାନ ରଖିବାକୁ ପଡିବ ଯେ, ରାଘବ ଚଡ୍ଡା ବହୁତ କମ ବୟସର ଏମପି ଏବଂ ଏହା ତାଙ୍କର ପ୍ରଥମ କାର୍ୟ୍ୟକାଳ। ସେ ବିନା ସର୍ତ୍ତରେ କ୍ଷମା ମାଗିନେବେ। ଏଭଳି ଏହି ବିଷୟକୁ ଶେଷ କରିବା ଉଚିତ।