ଓଡ଼ିଶା 365 (ବ୍ୟୁରୋ): ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଗତ ୩୧ ତାରିଖରେ ରାଜଧାନୀର ପାୱାର ହାଉସ ଛକରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଲୋପାମୁଦ୍ରା ସାହୁ ନାମକ ଯୁବତୀ। ପ୍ରଥମେ ତେଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲାଓ ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର। ଏଣୁ ଆଇସିୟୁରେ ରଖି ଯୁବତୀଙ୍କୁ ଚିକିତ୍ସା କରାଯାଉଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗତ ୩୧ ତାରିଖରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜରୋଭର ଧକ୍କାରେ ବାଇକରେ ଯାଉଥିବା ୨ ଜଣ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ମଧ୍ୟ ଗୁରୁତର ହୋଇଥିଲେ। କାହ୍ନୁଚରଣ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି।