ଓଡ଼ିଶା 365 (ବ୍ୟୁରୋ): ନଭେମ୍ବର ୭ ଏବଂ ୧୭ ତାରିଖରେ ଅନୁଷ୍ଠିତ ହେବ ଛତିଶଗଡ ନିର୍ବାଚନ । ଏହା ପୂର୍ବରୁ ରକ୍ତମୁଖା ହୋଇଛନ୍ତି ଲାଲବାହିନୀ । ଦୀର୍ଘଦିନର ବ୍ୟବଧାନ ପୁଣି ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ଲାଲବାହିନୀର ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
୪ ଦିନ ପୂର୍ବରୁ ମୁର୍ଖେଣ୍ଡି ଗାଁର ତିନିଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଉଠାଇ ନେଇଥିଲେ । ତେବେ ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । ଏଥିଲାଗି ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି । ତା ପୂର୍ବରୁ ମାଓବାଦୀମାନେ ଘଟାଇଛନ୍ତି ଏଭଳି ନୃଶଂସକାଣ୍ଡ । ଏ ନେଇ ଓଡିଶା ସୀମାରେ ହାଇ ଆଲର୍ଟ ମଧ୍ୟ ଜାରି ହୋଇଛି।