ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ବିଗବସ୍ ଓଟିଟି ବିଜୟୀ ହୋଇଥିବା ଏଲଭିଶ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୋଏଡା ସେକ୍ଟର ୪୯ ରେ ଏଲବିଶଙ୍କ ବିରୋଧରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଏକ ରେଭ୍ ପାର୍ଟିରୁ ୫ ଜଣ ସାପୁଆଙ୍କୁ ଗିରଫ କରାଯାଇଛି । ଏହି ଅଭୁଯୁକ୍ତମାନେ ଏଲବିଶ ଯାଦବଙ୍କୁ ସାପ ବିଷ ସପ୍ଲାଇ କରୁଥିବା ପୋଲିସକୁ କହିଛନ୍ତି । ଏହାପରେ ବିଗବସ୍ ଓଟିଟି ବିଜୟୀ ଏଲଭିଶ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଠାରୁ ସାପ ବିଷ ଜବତ ହୋଇଛି ।
ସୂଚନା ମୁତାବକ, ମେନକା ଗାନ୍ଧୀ ଚଳାଉଥିବା ଏନଜିଓ ସଂସ୍ଥା ଏକ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଅଭିଯୋଗ କରିଥିଲା। ଯାହାକୁ ଆଧାର କରି ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କେବଳ ଏତିକି ନୁହେଁ ସାପ ବିଷ ସହିତ ବିଦେଶୀ ଯୁବତୀ ମାନଙ୍କୁ ରେଭ୍ ପାର୍ଟିକୁ ଆଣିବା ଅଭିଯୋଗ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି ଯେ, ବିଗବସ୍ ବିଜୟୀ ଏଲଭିଶ ଯାଦବ ଏହି ଗ୍ୟାଙ୍ଗ ସହିତ ଜଡିତ ଅଛନ୍ତି ।
ସେପଟେ, ଏହି ଗ୍ୟାଙ୍ଗ ନିକଟରୁ ପୁଲିସକୁ ୯ ଟି ସାପ ସହ ସାପ ବିଷ ମିଳିଥିଲା। ସେଥିମଧ୍ୟରୁ ୫ ଟି କୋବ୍ରା ଥିଲେ। ଅନ୍ୟପଟେ ଏମାମଲାରେ ଏଲଭିଶ ଯାଦବ ସାମିଲ ଅଛନ୍ତି ହେଳେ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ ।