ଓଡ଼ିଶା 365 (ବ୍ୟୁରୋ): ଉର୍ଫି ଜାଭେଦ୍ ଯିଏ କି ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିଜ ପୋଷାକ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ବିଗ୍ ବସ୍’ ଫେମ୍ ଉର୍ଫି ଅଧିକାଂଶ ସମୟରେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏହି ଅଶାଳୀନ ପୋଷାକ ପିନ୍ଧିବା ବର୍ତ୍ତମାନ ତାଙ୍କୁ ମହଙ୍ଗା ପଡିଛି । ଅଶାଳୀନ ପୋଷାକ ପାଇଁ ଉର୍ଫିଙ୍କୁ ପୁଲିସ୍ ବାନ୍ଧି ନେଇଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ସେ ରେଷ୍ଟୁରାଷ୍ଟରେ ଥିବାର ଦେଖବାକୁ ମିଳିଛି। ସେଠାରେ ମହିଳା ପୁଲିସ୍ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଛନ୍ତି। ଉର୍ଫି କାହିଁକି ମୁଁ ଥାନାକୁ ଯିବି ବୋଲି ପ୍ରଶ୍ନ ପଚାରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରିବେ ବୋଲି ପୁଲିସ୍ କହୁଥିବାର ଶୁଣିବାକୁ ମିଳୁଛି। ସେପଟେ, ଉର୍ଫିଙ୍କ ଫ୍ୟାନ୍ସମାନେ ଏହି ଭିଡିଓ ଦେଖି ମନ ଖରାପ କରିବା ସହିତ ଅନେକ ମନ୍ତବ୍ୟ ହେଉଛନ୍ତି ।