ଓଡ଼ିଶା 365 (ବ୍ୟୁରୋ): ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଏ ନେଇ ସୁପାରିସ କରିଛି ସୁପ୍ରିମକୋର୍ଟଙ୍କ କଲେଜିୟମ୍ । ପାଟନା ହାଇକୋର୍ଟ ଜଜ୍ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହଙ୍କୁ ପଦୋନ୍ନତି ଦେବା ପାଇଁ ସୁପାରିସ୍ କରିଛି କଲେଜିୟମ୍। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ ସିଂହ ଉପଯୁକ୍ତ ବୋଲି କଲେଜିୟମ୍ ପକ୍ଷରୁ କୁହାଯାଇଛି । ସୁପ୍ରିମକୋର୍ଟ ୱେବସାଇଟରେ ଏ ବାବଦରେ ପ୍ରକାଶ ପାଇଛି ।
କହିରଖି କି, ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡ଼ିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ମସିହାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ୍ ସିଂହ । ୨୦୧୦ରେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ବିହାର ସରକାର ଏହାପରେ ୨୦୧୨ରେ ପାଟନା ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ପାଇଥିଲେ।