ଓଡ଼ିଶା 365 (ବ୍ୟୁରୋ): ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍। ଆସନ୍ତା ୭ ତାରିଖ ଦିନ ୩ଟା ୩୦ରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି । କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ସୋମାଲିକା ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଥିରେ ନେଇ ଆସିବା ତାଙ୍କୁ ପାଇଁ କୁହାଯାଇଛି । ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି ।
ସୂଚନାଯୋଗ୍ୟ, ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଗତ ମାସ ୨୧ ତାରିଖରେ ଆବେଦନ କରିଥିଲେ । ଏହାର ଜବାବରେ ସୋମାଲିକା ଦାସ ଅବଜେକ୍ସନ ଫାଇଲ କରିବା ସହ ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କରିଥିଲେ।