ଓଡ଼ିଶା 365 (ବ୍ୟୁରୋ): ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିରେ ଲାଗିପଡ଼ିଲେଣି । ଏହାରି ଭିତରେ ଆରମ୍ଭ ହୋଇଯାଇଛି ନେତାଙ୍କର ଦଳଡିଆଁ ପର୍ବ । ଉତ୍ତରପ୍ରଦେଶରେ ମଧ୍ୟ ନିର୍ବାଚନୀ ମାହୋଲ ସରଗରମ ରହୁଥିବା ଦେଖିବାକୁ ମିଳୁଛି । ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶରେ ବଡ଼ ଝଟକା ଲାଗିଛି। ଲଖିମପୁରୀ ଖେରୀର ଏସପି ନେତା ତଥା ଚାରିଥର ଏମପି ଥିବା ରବି ପ୍ରକାଶ ବର୍ମା ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି।
ସେ କହିଛନ୍ତି ଯେ ସୋମବାର ଅର୍ଥାତ୍ ୬ ନଭେମ୍ବରରେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ରବି ପ୍ରକାଶ ବର୍ମା ଲେଖିଥିବା ଚିଠିରେ ଲେଖିଛନ୍ତି – ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଖେରୀ ଜିଲାରେ ଦଳର ଆଭ୍ୟନ୍ତରୀଣ ପରିସ୍ଥିତି ଯୋଗୁଁ ମୁଁ କାମ କରିବାକୁ ଅସମର୍ଥ। ତେଣୁ ମୁଁ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।