ଓଡ଼ିଶ 365 (ବ୍ୟୁରୋ): ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ର। ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।
୧୯୩୬ ମସିହାରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଜନ୍ମ ଗ୍ରହଣ କରିଥିବା ଶରତ ଅନେକ ପତ୍ରପତ୍ରିକାରେ ସାମ୍ବାଦିକତା କରିଛନ୍ତି। ୧୯୯୬ରେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ‘ଅନୁପମ ଭାରତ’ର ପ୍ରତିଷ୍ଠାତା ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରି ଓଡ଼ିଆ ସାମ୍ବାଦିକତା ଜଗତରେ ନୂଆ ବିପ୍ଲବ ଆଣିଥିଲେ। ଏହା’ସହ ‘ସମାଜ’ ଓ ଫିଚର ପତ୍ରିକା ‘ଆମ ସମୟର ପ୍ରତିନିଧି’ର ସମ୍ପାଦକ ଭାବେକାର୍ଯ୍ୟ କରିଥିଲେ ଶ୍ରୀ ମିଶ୍ର।