ଓଡ଼ିଶା 365 (ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ ସାହୁ । ଅର୍ଜୁନଙ୍କ ସାଲେପୁର କାର୍ଯ୍ୟାଳୟ ସମେତ କଟକ, କେନ୍ଦ୍ରାପଡା ସହ ଭୁବନେଶ୍ୱରରେ ଥିବା ୮ ସ୍ଥାନରେ ରେଡ କରି ଘାଣ୍ଟୁଛି ଭିଜିଲାନ୍ସ ।
ଭୁବନେଶ୍ୱରରେ ଖଣ୍ଡଗିରି ବିହାରରେ ତିନି ମହଲା ଘର, କେନ୍ଦ୍ରାପଡା ଡେରାବିସରେ ଥିବା ଦୁଇ ମହଲା ଘର, କେନ୍ଦ୍ରାପଡା ବଳରାମପୁରରେ ଥିବା ଭଡା ଘର, ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ କାର୍ଯ୍ୟଳୟ, କେନ୍ଦ୍ରାପଡା ରାଇପୁରରେ ଥିବା ସମ୍ପକୀୟଙ୍କ ଘର, କେନ୍ଦ୍ରାପଡା ଥିବା ତାଙ୍କର ଦୁଇ ସହଯୋଗୀଙ୍କ ଘରେ ଏକାସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୮ଜଣ ଡିଏସପି , ୮ଜଣ ଇନ୍ସପେକ୍ଟର, ୭ ଏଏସଆଇ ଏହି ଚଢାଉରେ ସାମିଲ ରହିଛନ୍ତି ।