ଓଡ଼ିଶା 365 (ବ୍ୟୁରୋ):ସାରା ରାଜ୍ୟରେ ଚହଳ ପକାଇଛି ଓଡ଼ିଆ ଫିଲ୍ମ ‘ମାଲ୍ୟଗିରି’ । ଅକ୍ଟୋବର ୧୯ରେ ଦଶହରା ଅବସରରେ ଏହି ଫିଲ୍ମଟି ରିଲିଜ ହୋଇଥିଲା ଯାହା ଦର୍ଶକମାନଙ୍କ ମଦନ ଜିଣିନେଇଛି ।ପ୍ରଥମ ଦିନରୁ ହିଁ ଥିଏଟରରେ ଲୋକଙ୍କ ଭିଡ ଦର୍ଶାଇ ଦେଇଛି ଯେ, ଫିଲ୍ମଟି କେତେ ମାତ୍ରାରେ ଲୋକଙ୍କୁ ଛୁଇଁଛି । ଏଥିରେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି, ଅମ୍ଲାନ ଦାସ, ତାରକା ସୂର୍ୟ୍ୟମୟୀ ମହାପାତ୍ର, ଏଲିନା ସାମନ୍ତାରାୟ, ଶିବାନୀ ସଙ୍ଗୀତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ।
ଏହାରି ଭିତରେ ଫିଲ୍ମ ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି ।ଅନ୍ୟପଟେ, ପ୍ରଯୋଜକ ଏହି ମାମଲାକୁ ନେଇଁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଫିଲ୍ମ ହିଟ୍ ହେବାକୁ ନେଇ ଏଭଳି ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ପ୍ରଯୋଜକ ନିରଞ୍ଜନ ନାୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବେ ଆଉ କେତେ ଟଙ୍କା ଦିଆଯିବ ଏନେଇ କ୍ରିଉ ମେମ୍ବରଙ୍କ ସହ ପୂର୍ବରୁ କୌଣସି ଆଲୋଚନା ହୋଇନଥିଲା ।ସେମାନେ ନିଜ ପାରିଶ୍ରମିକ ବାବଦକୁ ୨୦ ହଜାର ଟଙ୍କା ନେଇସାରିଛନ୍ତି ।
ସେପଟେ,ଏଲିନାଙ୍କ ‘ଧୂଳିଆ ଜନ୍ଦା’ ଗୀତ ଫ୍ୟାନ୍ସମାନଙ୍କ ମନ କିଣି ନେଇଛି । ତେବେ ଏହି ସିନେମାଟି ଜଙ୍ଗଲ ଜଙ୍ଗଲୀ ଲୋକଙ୍କ ଧର୍ମୀୟ ଭାବନା ଓ ପିତା ପୁତ୍ରର ନିବିଡ ସମ୍ପର୍କରୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମରେ ଲଭ ଆକ୍ସନ ଓ କମେଡି ଭରପୁର ମାତ୍ରାରେ ରହିଛି । ବିଶେଷ କରି ପ୍ରଥମ ଥର ପାଇଁ ବାବୁସାନ ଓ ଅମ୍ଲାନଙ୍କ ଦମଦାର ଯୋଡି ଲୋକଙ୍କୁ ବେଶ ପସନ୍ଦ ଆସିଛି । ରେନଡ୍ରପ୍ ପିକ୍ଚର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ୍ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ବୀରାଜ ପଟ୍ଟନାୟକ । ଫିଲ୍ମର ପ୍ରଯୋଜକ ଅଛନ୍ତି ରିଙ୍କୁରିନୁ ଜେନା ଏବଂ ସହ ପ୍ରଯୋଜକ ଅଛନ୍ତି ପ୍ରଣତି ଗୋଚ୍ଛାୟତ ଏବଂ ବାବୁସାନ୍ ମହାନ୍ତି ।