ଓଡ଼ିଶା 365 (ବ୍ୟୁରୋ) : ଜଣେ ସୁସ୍ଥ ଏବଂ ସରଳ ଜିବନ ବଞ୍ଚିବାକୁ ହେଲେ ତାଙ୍କ ପାଇଁ ପର୍ଯ୍ୟାପ୍ତ ନିଦ୍ରାର ଆବଶ୍ୟକତା ରହିଛି । ନିଦ ଠିକ୍ ନହେଲେ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ । କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମଣିଷ ଭୋକ,ଶୋଷ ଏଭଳିକି ନିଦ୍ରା ଆଦି ଭୁଲିଯାଇଥାଏ । ଆପଣବି ଦେଖିଥିବେ ଆପଣଙ୍କ ଆଖପାଖରେ ଏଭଳି ଲୋକେ ରହିଥିବେ ଏହି ଭଳି ଅଭ୍ୟାସରେ ଅଭ୍ୟସ୍ତ ଥିବେ । ଆଉ ପରେ ଚାହିଁଲେ ସୁଦ୍ଧା ନିଦହୋଇନଥାଏ । ସାରା ରାତି ଶୋଇବା ବଦଳରେ ବିଛଣାରେ କଡ଼ ଲେଉଟାଉଛନ୍ତି । ଧିରେଧିରେ ଏହା ମଣିଷକୁ ବିଭିନ୍ନ ରୋଗ ପାଖକୁ ଟାଣିନେଇଥାଏ । ତେବେ ଜାଣନ୍ତୁ ଶରୀର ପାଇଁ ନିଦ କେତେ ଜରୁରୀ ଏବଂ କାହିଁକି ? ଯଦି ଆପଣଙ୍କୁ ନିଦ ଆସିବାରେ ଅସୁବିଧା ହେଉଛି, ତେବେ ଆପଣଙ୍କୁ ଏହି ଅଭ୍ୟାସ ଛାଡିବାକୁ ହେବ । ଭଲ ଓ ଗଭୀର ନିଦ ପାଇଁ ଶୋଇବା ସମୟ ନିର୍ଦ୍ଦିଷ୍ଟ କରନ୍ତୁ ।
ଶାନ୍ତିରେ ଶୋଇବା ପାଇଁ ବେଡ ରୁମ ସର୍ବଦା ସଫା ରଖନ୍ତୁ । ପରିସ୍କାର ସହ ମନକୁ ସ୍ତିର ରଖନ୍ତୁ । ଏଥିପାଇଁ ଆପଣ ବେଡରୁମରେ ହାଲକା ଇନଷ୍ଟୁମେଣ୍ଟାଲ ମ୍ୟୁଜିକ୍ ବଜାଇ ପାରିବେ । ଏହାଦ୍ୱାରା ମାନସିକ ଶାନ୍ତି ମିଳିବ ଓ ଭଲ ନିଦ ହେବାରେ ସାହାର୍ଯ୍ୟ ମଧ୍ୟ କରିଥାଏ ।ଗଭୀର ଓ ଭଲ ନିଦ ପାଇଁ ଶୋଇବା ପୂର୍ବରୁ କିଛି ଜିନିଷ ଠାରୁ ଦୂରରେ ରହିବା ଦରକାର । ବିଶେଷ କରି ଶୋଇବା ୧ ବା ୨ ଘଣ୍ଟା ପୂର୍ବରୁ ଟିଭି ଓ ମୋବାଇଲ ଠାରୁ ଦୂରରେ ରୁହନ୍ତୁ । ନିଦରେ ସୁଧାର ଆଣିବା ପାଇଁ ଭଲ ଏବଂ ହାଲୁକା ଖାଦ୍ୟ ନେବା ନିହାତି ଜରୁରୀ । ବିଶେଷ କରି ଶୋଇବା ଘଣ୍ଟାକ ପୂର୍ବରୁ ୧ ଗ୍ଲାସ ଖିର ପିଅନ୍ତୁ । ଭଲ ନିଦ ଆସିବ । ସକାଳେ ଖିର ସହିତ ଡ୍ରାଏ ଫ୍ରୁଟ୍ସ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହିତ ନିଦ ମଧ୍ୟ ଭଲ ହୋଇଥାଏ ।