ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ଶରୀର ପାଇଁ ସବୁଜ ପନିପରିବା ବହୁତ ଆବଶ୍ୟକ । କିଛି ଲୋକେ ରହିଛନ୍ତି ଯିଅକି ସବୁଜ ପନିପରିବା ଖାଇବା ନା ପସନ୍ଦ କରିଥାନ୍ତି । ଏଥିରେ ଅନେକ ପ୍ରକାରର ପୋଷକତତ୍ତ୍ୱ ଥାଏ ଯାହା ରୋଗ ଠାରୁ ଦୂରେଇ ରଖେ । ତେଣୁ ସବୁବେଳେ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବା ଆବଶ୍ୟକ । ଏହି ପନିପରିବା ମଧ୍ୟରେ ଭେଣ୍ଡି ଅନ୍ୟତମ ।
ଭେଣ୍ଡି ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ନିୟନ୍ତ୍ରୀତ ରହିଥାଏ ଏବଂ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଭେଣ୍ଡି ଖାଇବା ଦ୍ୱାରା ଆମ ଶରୀରକୁ ଆହୁରି କ’ଣ କ’ଣ ଫାଇଦା ମିଳିଥାଏ । ଭେଣ୍ଡି ବ୍ଲଡ କୋଲେଷ୍ଟ୍ରଲକୁ କମ କରିଥାଏ : ଭେଣ୍ଡିରେ ପ୍ରଚୁର ମାତ୍ରାରେ ଫାଇବର ଥାଏ । ଏହା ଭିଟାମିନ ଓ ମିନେରାଲ ସହ କେତେକ ପୋଷକ ତତ୍ତ୍ୱରେ ମଧ୍ୟ ଭରପୁର ଥାଏ । ଏଥିରେ ପ୍ରୋକ୍ଟିନ ନାମକ ଏକ ତତ୍ତ୍ୱ ଥାଏ, ଯାହା କୋଲେଷ୍ଟ୍ରଲକୁ କମ୍ କରିଥାଏ । ଶରୀରରେ କୋଲେଷ୍ଟ୍ରଲ କମ୍ ରହିଲେ ଆପଣ ହାର୍ଟ ଆର୍ଟକ ଠାରୁ ମଧ୍ୟ ଦୂରେଇ ରହିପାରିବେ ।