ଓଡ଼ିଶା 365 (ବ୍ୟୁରୋ): ବିବାହ ପରେ ପ୍ରଥମ ଥର ‘କରଓ୍ବା ଚୌଥ’ ପାଳନ କଲେ ବଲିଉଡର ନବ ବିବାହିତ ଯୋଡ଼ି ପରିଣୀତି ଚୋପ୍ରା ଓ ଆପ୍ ସାସଂଦ ରାଘବ ଚଢ୍ଢା। ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଈରାଲ ହେବାରେ ଲାଗିଛି । ଏଥିରେ ପରିଣୀତି ଏକ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଥିବାବେଳେ ରାଘବ ପିନ୍ଧିଥିଲେ ହଳଦିଆ ରଙ୍ଗର କୁର୍ତ୍ତା। ଦୁହେଁ ଏହି ଡ୍ରେସରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସେପଟେ ପୂଜା ଶେଷ ହେବା ପରେ ଉଭୟ ପରିଣୀତି ଏବଂ ରାଘବ ସୋସିଆଲ ମିଡିଆରେ ଅନେକ ଫଟୋ ସେହାର କରିଥିଲେ । ଫ୍ୟାନ୍ସମାନେ ଏହି ଯୋଡିଙ୍କ ଫଟୋକୁ ବହୁତ ପସନ୍ଦ କରିବା ସହ ସୁନ୍ଦର ସୁନ୍ଦର ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।
ସେପଟେ, ସେପ୍ଟେମ୍ବର ୨୪ରେ ଉଦୟପୁରର ଲୀଲା ପ୍ୟାଲେସରେ ଏହି ଯୋଡିଙ୍କର ବିବାହ ହୋଇଥିଲା। ୨୨ ସେପ୍ଟେମ୍ବରରେ ସୁଫି ନାଇଟ୍ ସମାରୋହରୁ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ୨୩ ସେପ୍ଟେମ୍ବରରେ ହଲଦୀ ଏବଂ ମେହେନ୍ଦୀ କାର୍ଯ୍ୟକ୍ରର୍ମ ଆରମ୍ଭ ହୋଇ ଶେଷରେ ଉଭୟ ସାତ ଜନ୍ମ ପାଇଁ ହାତ ଧରିଥିଲେ ।